ସର୍ଭେ: ୟୁପିରେ ଫେରୁଛି ଯୋଗୀ ତ ପଞ୍ଜାବରେ ଚନ୍ନି, ଜାଣନ୍ତୁ ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରର ସ୍ଥିତି
Advertisement
trendingNow11084863

ସର୍ଭେ: ୟୁପିରେ ଫେରୁଛି ଯୋଗୀ ତ ପଞ୍ଜାବରେ ଚନ୍ନି, ଜାଣନ୍ତୁ ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରର ସ୍ଥିତି

ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅପିନିୟନ୍ ପୋଲ୍ ଅନୁଯାୟୀ, ଗୋଆର ୪୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି (BJP) କୁ ୧୪ରୁ ୧୮ ଟି ଆସନ ମିଳିପାରେ । ୭୦ଟି ବିଧାନସଭା ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସ (Congress) ମଧ୍ୟରେ ଜୋରଦାର ଲଢ଼େଇ ହୋଇପାରେ । ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ କଂଗ୍ରେସକୁ ୫୦ରୁ ୫୨ଟି ଆସନ ମିଳିବ ବୋଲି ଆଶା କରାଯାଉଛି । ଏଥି ସହିତ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନରେ ​​ବିଜେପି ୨୬ରୁ ୩୦ଟି ଆସନ ପାଇପାରେ ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: Assembly Election 2022 Opinion Poll: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ମୈଦାନରେ ଓହ୍ଲାଇ ପଡ଼ିଛନ୍ତି । ରାଜନେତାମାନେ ନିଜ ନିଜ ଦଳ ପାଇଁ ଜୋରସୋରରେ ପ୍ରଚାର ପ୍ରସାର କରୁଛନ୍ତି । ଏହି ସମୟରେ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲଗୁଡ଼ିକ ପାଞ୍ଚଟି ରାଜ୍ୟର ଲୋକଙ୍କ ମୁଡ୍ ଜାଣିବା ପାଇଁ ସର୍ଭେ କରୁଛନ୍ତି । ଏହି କ୍ରମରେ ନିର୍ବାଚିନୀ ରାଜ୍ୟ ଗୋଆ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ମଣିପୁରକୁ ନେଇ ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅପିନିୟନ୍ ପୋଲ (India TV Ground Zero Research Opinion Poll) ରେ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି । ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଜାନୁଆରୀ ୧୪ରୁ ୧୯ ମଧ୍ୟରେ ଜନମତ ସଂଗ୍ରହ କରିଥିଲା ।

ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅପିନିୟନ୍ ପୋଲ୍ ଅନୁଯାୟୀ, ଗୋଆର ୪୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି (BJP) କୁ ୧୪ରୁ ୧୮ ଟି ଆସନ ମିଳିପାରେ । ୭୦ଟି ବିଧାନସଭା ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସ (Congress) ମଧ୍ୟରେ ଜୋରଦାର ଲଢ଼େଇ ହୋଇପାରେ । ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ କଂଗ୍ରେସକୁ ୫୦ରୁ ୫୨ଟି ଆସନ ମିଳିବ ବୋଲି ଆଶା କରାଯାଉଛି । ଏଥି ସହିତ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନରେ ​​ବିଜେପି ୨୬ରୁ ୩୦ଟି ଆସନ ପାଇପାରେ ।

ପଞ୍ଜାବ (Punjab Opinion Poll 2022)

ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅପିନିୟନ୍ ପୋଲ୍ ଅନୁଯାୟୀ, ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ କଂଗ୍ରେସକୁ ୫୦ରୁ ୫୨ଟି ଆସନ ମିଳିବ । ସେପଟେ ଶିରୋମଣି ଅକାଲୀ ଦଳ (Shiromani Akali Dal) ପ୍ଲସ୍ ବହୁଜନ ସମାଜବାଦୀ ପାର୍ଟି (BSP) କୁ ୩୦ରୁ ୩୨ଟି ଆସନ, ଆମ୍ ଆଦମୀ ପାର୍ଟି (AAP) କୁ ୨୯ରୁ ୩୧ଟି ଆସନ, ବିଜେପି ପ୍ଲସକୁ ୧ରୁ ୩ଟି ଆସନ ଏବଂ ଅନ୍ୟାନ୍ୟଙ୍କୁ ୧ରୁ ୩ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଉଛି । ପଞ୍ଜାବରେ ଭୋଟ୍ ସେୟାର ବିଷୟରେ କହିବାକୁ ଗଲେ ଅପିନିୟନ୍ ପୋଲ୍ ଅନୁଯାୟୀ, କଂଗ୍ରେସକୁ ୩୬ ପ୍ରତିଶତ, AAP ୨୮ ପ୍ରତିଶତ, ଅକାଲୀ ଦଳ ପ୍ଲସ ୨୨ ପ୍ରତିଶତ ଏବଂ ବିଜେପି ପ୍ଲସକୁ ୫ ପ୍ରତିଶତ ମିଳିବ ବୋଲି ଆଶା କରାଯାଉଛି । ପଞ୍ଜାବର ସମସ୍ତ ୧୧୭ଟି ବିଧାନସଭା ଆସନ ପାଇଁ ଫେବୃଆରୀ ୨୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ଓ ମାର୍ଚ୍ଚ ୧୦ରେ ଫଳାଫଳ ଆସିବ।

ଉତ୍ତରାଖଣ୍ଡ (Uttarakhand Opinion Poll 2022)

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚର ସର୍ଭେ ଅନୁଯାୟୀ, ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ସର୍ଭେ ଅନୁଯାୟୀ, ଉତ୍ତରାଖଣ୍ଡରେ ଉଭୟ ବିଜେପି ଓ କଂଗ୍ରେସକୁ ୩୩ରୁ ୩୫ଟି ଆସନ ମିଳିପାରେ । ଅନ୍ୟପଟେ BSPକୁ ଶୂନ୍ୟ, AAP କୁ ଶୂନ୍ୟରୁ ୧ ଏବଂ ଅନ୍ୟମାନେ ୦ରୁ ୨ଟି ଆସନ ପାଇବେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ଭୋଟ୍ ସେୟାର ଅନୁଯାୟୀ ବିଜେପି ୪୫ ପ୍ରତିଶତ, କଂଗ୍ରେସ ୪୬ ପ୍ରତିଶତ, AAP ୪ ପ୍ରତିଶତ, BSP କୁ ୨ ପ୍ରତିଶତ ଏବଂ ଅନ୍ୟମାନେ ୩ ପ୍ରତିଶତ ପାଇପାରେ । ଫେବୃଆରୀ ୧୪ରେ ୭୦ ଆସନ ବିଧାନସଭା ବିଶିଷ୍ଟ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।

ଗୋଆ (Goa Opinion Poll 2022)

ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚର ସର୍ଭେ ଅନୁଯାୟୀ, ୪୦ଟି ବିଧାନସଭା ଆସନ ବିଶିଷ୍ଟ ଗୋଆରେ ବିଜେପିକୁ ୧୪ରୁ ୧୮ଟି ଆସନ ମିଳିପାରେ । କଂଗ୍ରେସ ଓ ଗୋଆ ଫରୱାର୍ଡ ପାର୍ଟି (GFP) ମେଣ୍ଟକୁ ୧୭ରୁ ୨୧ଟି ଆସନ ପାଇପାରେ । ଅନ୍ୟପକ୍ଷରେ ମହାରାଷ୍ଟ୍ରୱାଦୀ ଗୋମାନ୍ତକ ପାର୍ଟି (MGP) ଓ ତୃଣମୂଳ କଂଗ୍ରେସ (TMC) ମିଳିତ ଭାବେ ୨ରୁ ୪ଟି ଆସନ ପାଇବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ଗୋଆରେ AAP କୁ ୦ରୁ ୨ଟି ଆସନ ମିଳିବ ବୋଲି ଆଶା କରାଯାଉଛି । ଗୋଆରେ ଅନ୍ୟଙ୍କ ଖାତାରେ ୧ଟି ଆସନ ଯାଇପାରେ ବୋଲି ସମ୍ଭାବନା ରହିଛି । ଗୋଆର ୪୦ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୧୪ରେ ସମସ୍ତ ଆସନରେ ଭୋଟ୍ ଗ୍ରହଣ ହେବ ଓ ମାର୍ଚ୍ଚ ୧୦ରେ ଫଳାଫଳ ଘୋଷଣା କରାଯିବ ।

ମଣିପୁର (Manipur Opinion Poll 2022)

ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ସର୍ଭେ ଅନୁଯାୟୀ, ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନରେ ​​ବିଜେପି ୨୬ରୁ ୩୦ଟି ଆସନ, କଂଗ୍ରେସ ୨୨ରୁ ୨୬ଟି ଆସନ, ନାଗା ପିପୁଲ୍ସ ଫ୍ରଣ୍ଟ (NPF) ୩ରୁ ୭ଟି ଆସନ, ବିଜେପିର ସହଯୋଗୀ ନ୍ୟାସନାଲ ପିପୁଲ୍ସ ପାର୍ଟି (NPF) ୧ରୁ ୩ଟି ଆସନ ପାଇବ । ସେପଟେ ଅନ୍ୟମାନେ ୦ରୁ 2ଟି ଆସନ ପାଇପାରନ୍ତି । ସର୍ଭେ ଅନୁଯାୟୀ, ମଣିପୁରରେ ଭୋଟ୍ ସେୟାର ଅନୁଯାୟୀ ବିଜେପି ୩୯ ପ୍ରତିଶତ, କଂଗ୍ରେସ ୩୭ ପ୍ରତିଶତ, ନାଗା ପିପୁଲ୍ସ ଫ୍ରଣ୍ଟ (NPF) ୧୧ ପ୍ରତିଶତ, NPP ୪ ପ୍ରତିଶତ ଏବଂ ଅନ୍ୟମାନେ ୯ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି । ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ଦୁଇ ପର୍ଯ୍ୟାୟରେ ମଣିପୁର ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ରେ ଭୋଟ୍ ଗଣନା ହେବ ।

ଉତ୍ତର ପ୍ରଦେଶ (UP Opinion Poll 2022)

ସେପଟେ ଅନ୍ୟ ଏକ ସର୍ଭେ ଅନୁଯାୟୀ ଉତ୍ତର ପ୍ରଦେଶରେ (UP Election 2022)  ଯୋଗୀ ସରକାର (Jogi Adityanath Government) ସହଜରେ ଫେରିପାରନ୍ତି । ଲୋକମାନେ ପୁଣି ଥରେ ବିଜେପିକୁ ରାଜ୍ୟର କ୍ଷମତାର ଚାବି ଦେବା ପାଇଁ ମୁଡରେ ଅଛନ୍ତି । ଟାଇମ୍ସ  ନାଓ ନବଭାରତ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଏକ ସର୍ଭେ କରିଛନ୍ତି । ଏଥିରେ ଯୋଗୀ ସରକାର ଉତ୍ତର ପ୍ରଦେଶରେ ଫେରୁଥିବାର ଦେଖାଯାଇଛି । ୟୁପିର ୪୦୩ଟି ବିଧାନସଭା ଆସନରୁ ବିଜେପି ୨୨୩ଟି ଆସନ ପାଇପାରେ ବୋଲି ସର୍ଭେର ଅନୁମାନ କରାଯାଇଛି । ସେପଟେ ସମାଜବାଦୀ ପାର୍ଟି (SP) ୧୫୨ଟି ଆସନ ପାଇବେ ବୋଲି ଆଶା କରାଯାଉଛି । ବିଏସପିକୁ ୧୩ଟି ଆସନ, କଂଗ୍ରେସକୁ ୧୨ଟି ଏବଂ ଅନ୍ୟମାନଙ୍କୁ ୩ଟି ଆସନ ମିଳିପାରେ ।

ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର, କିନ୍ତୁ ଚିନ୍ତା ବଢ଼ାଇଲା ମୃତ୍ୟୁ ସଂଖ୍ୟା

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।

Trending news